You are currently viewing ରାଜଧାନୀର ଏକ  ସୋ-ରୁମ୍‌ ଉପରକୁ ବୋମା ମାଡ଼

ରାଜଧାନୀର ଏକ ସୋ-ରୁମ୍‌ ଉପରକୁ ବୋମା ମାଡ଼

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୬/୧୨,ରାଜଧାନୀରେ ଦିନକୁ ଦିନ ବଢୁଛି ଆତଙ୍କରାଜ । ଦୁବୁର୍ତ୍ତମାନେ ବିଭିନ୍ନ ସ୍ଥାନେର ଆତଙ୍‌କ ମଚାଉଛନ୍ତି । ପୋଲିସ ପ୍ରତି ମଧ୍ୟ ଟିକେ ଭୟ ନାହିଁ । ଭୁବନେଶ୍ୱର ଡିସିପି ଅଫିସଠାରୁ ମାତ୍ର ୨୦୦ ମିଟର ଦୂରରେ ହୋଇଛି ବୋମାମାଡ । ଏକ ଜୋତା ସୋରୁମ୍ ଉପରକୁ ଦୁବୁର୍ତ୍ତମମାନେ କରିଛନ୍ତି ବୋମାମାଡ । ସହିଦନଗରର ଏକ ଜୋତା ସୋ’ରୁମର ବୋମା ଫିଙ୍ଗି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ସୋରୁମ୍ ମାଲିକଙ୍କୁ ମାରିଦେବାକୁ ଧମକ ବି ଦେଇଛନ୍ତି । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ସହିଦନଗରରେ ଥିବା ଡଲଫିନ’ ନାଁରେ ଥିବା ଜୋତା ସୋରୁମର ମାଲିକ ନଥିବା ବେଳେ ଏହି ୫ଜଣ ଦୁର୍ବୃତ୍ତ ଆସି ପହଞ୍ଚିଥିଲେ । ବିଳମ୍ବିତ ରାତିରେ ଏକ ବାଇକରେ ଆସି ଧମକ ଚମକ ଦେବା ସହିତ ସୋରୁମରେ ଭଙ୍ଗାରୁଜା କରିଥିଲେ । ପରେ ବାହାରକୁ ଆସି ବୋମାମାଡ କରି ଫେରାର ହୋଇଯାଇଛନ୍ତିା ବଚସା କାରଣରୁ ଏହି ବୋମାମାଡ କରାଯାଇଥିବ ଅନୁମାନ କରାଯାଉଛି । ଘଟଣା ନେଇ ପୁଲିସ ଛାନଭିନ୍ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।