You are currently viewing ୨୬ଲକ୍ଷ ଟଙ୍କାର ଧଳାଜହର ଜବତ, ୩ ଗିରଫ

୨୬ଲକ୍ଷ ଟଙ୍କାର ଧଳାଜହର ଜବତ, ୩ ଗିରଫ

କଟକ-୦୬.୧୦.୨୦୨୧, ରାଜ୍ୟରେ ଧଳାଜହର କାରବାର ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଧଳାଜହର ଜବତ ହେଉଛି । ଏହି ଧାରାରେ ଆଜି କଟକରୁ କଟକରୁ ପ୍ରାୟ ୨୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି ।ଫଳରେ ବ୍ରାଉନ୍‌ସୁଗାର ବିକ୍ରି କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ ମଧ୍ୟ କରିଛି କଟକ ଦରଘାବଜାର ଥାନା ପୋଲିସ । ଏନେଇ କଟକ ଡିଜିପି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ପୋଲିସକୁ ଚଢାଉ କରି ପ୍ରାୟ ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି । ଏହାସହିତ ୩ଜଣଙ୍କୁ ଗିରଫ ମଧ୍ୟ କରିଛି । ଏଥିସହ ସେମାନଙ୍କ ନିକଟରୁ ୧ଲକ୍ଷ ନଗଦ ଟଙ୍କା ଜବତ ମଧ୍ୟ ହୋଇଛି । ଏମାନେ ସବୁ କେତେଦିନ ଠାରୁ ଏହି ଚୋରା କାରବାରରେ ସଂପୃକ୍ତ ଥିଲେ । ସମସ୍ତକୁ ପଚରାଉଚରା ଜାରି ରଖିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।