You are currently viewing ସାନ ଭାଇର ଶାବଳ ଚୋଟରେ ବଡ଼ ଭାଇ ମୃତ

ସାନ ଭାଇର ଶାବଳ ଚୋଟରେ ବଡ଼ ଭାଇ ମୃତ

ଦେବଗଡ଼(ଏଏନଏସ)୦୩.୦୨.୨୦୨୨, ଦେବଗଡ଼ ଜିଲ୍ଲା ଆଦର୍ଶ ଥାନା ବଳମ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାନ ଭାଇର ଶାବଳ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ। ଅଭିଯୁକ୍ତ ସାନ ଭାଇ ଥାନାରେ ଅଟକ।
ସୂଚନା ଅନୁଯାୟୀ, ଆଦର୍ଶ ଥାନା ବଳମ ଗାଁ ଶିବ ମନ୍ଦିର ସାହିର ଦୁଇଭାଇ ସନ୍ତୋଷ ଓ ଶୁକ୍ରୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ପରେ ପାରିବାରିକ କଳହ ଉଗ୍ରରୂପ ନେଇଥିଲା । ଏଥିରେ ସାନଭାଇ ଉତ୍‌କ୍ଷିପ୍ତ ହୋଇ ନିକଟରେ ଥିବା ଏକ ଶାବଳରେ ବଡଭାଇ ସନ୍ତୋଷଙ୍କ ମୁଣ୍ଡକୁ ଆଘାତ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ବଡ଼ ଭାଇ ସନ୍ତୋଷଙ୍କ ମୃତ୍ୟୁ ହୋଇଛି। ଖବର ପାଇ ସନ୍ତୋଷଙ୍କ ମୃତଦେହକୁ ଲହୁଲୁହାଣ ଅବସ୍ଥାରେ ଦେବଗଡ ଆଦର୍ଶ ଥାନା ପୋଲିସ ଉଦ୍ଧାର କରିଛି। ଅଭିଯୁକ୍ତ ସାନ ଭାଇକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

ଅନ୍ୟମାନଙ୍କୁ ଜଣାନ୍ତୁ।