You are currently viewing ମୌସୁମୀ ଅଧିବେଶନ ର ଆଜି ହେଉଛି ତୃତୀୟ ଦିନ ।

ମୌସୁମୀ ଅଧିବେଶନ ର ଆଜି ହେଉଛି ତୃତୀୟ ଦିନ ।

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ଵର (ଏ ଏନ୍ ଏସ)୦୫/୦୭, ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଆଜି ବି ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ,ଗୃହ ନିର୍ମାଣ ଓ ପୌର ଉନ୍ନୟନ,ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ସୂଚନା ଓ ଲୋକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ପୁଣି ଥରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ସମେତ ରାଜ୍ୟର ଆଇନ ଶୃଙ୍ଖଳା,ବେକାରୀ, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ ।

ତେବେ ଆସନ୍ତା କାଲିଠୁ ଦୁଇ ଦିନ ଧରି 2022-23 ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଆଗତ ହୋଇଥିବା ବଜେଟ ଉପରେ ସାଧାରଣ ଆଲୋଚନା ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।