You are currently viewing ଆଜି ପ୍ରସିଦ୍ଧ ଛତର ଯାତ୍ରା

ଆଜି ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି(ଏ ଏନ ଏସ) ୧୩.୧୦.୨୦୨୧, ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଭବାନୀପାଟଣା ସହରରେ ଆଜି ଅପରାହ୍‌ଣ ୪ଟା ଯାଏ ୧୪୪ ଧାରା ଜାରି ହୋଇଛି । କୋଭିଡ କଟକଣା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପରମ୍ପରା ଅନୁଷ୍ଠିତ ହେଉଛି । ଏହା ସହ ସହରରେ ପ୍ରବେଶ ଉପରେ କଟକଣା ଜାରି କରିଛି ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ସହର ରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତିବର୍ଷ ଛତର ଯାତ୍ରା ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାବେଳେ ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ବିନା ଭକ୍ତ ରେ ପରମ୍ପରା ପାଳନ କରାଯାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।