You are currently viewing ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବି

ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବି

ବାରିପଦା (ଏଏନ୍ଏସ୍): ପୁଣି ଶିଶୁ ଅଦଳବଦଳ ଅଭିଯୋଗ । ବାରିପଦା ପିଆରଏମ ମେଡିକାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । କୁଳିଅଣା ଥାନା କିଶନଡାହି ଅଞ୍ଚଳର ରଙ୍ଗଲାଲ ସିଂ ଅିଭଯୋଗ କରିଛନ୍ତି । ମେଡିକାଲରେ ରଙ୍ଗଲାଲଙ୍କ ସ୍ତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା ନର୍ସ କହିଥିଲେ । କିନ୍ତୁ ପରେ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ରଙ୍ଗଲାଲ। DNA ଟେଷ୍ଟ ପାଇଁ ଦାବି କରିଛନ୍ତି ପରିବାର ।

ସୂଚନା ଥାଉ କି କିଛିଦିନ ପୂର୍ବେ ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସମାନ ଘଟଣା ଘଟିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।