You are currently viewing ଆଜିଠୁ ସିଭିଲ ସର୍ଭିସ ମେନ୍ ପରୀକ୍ଷା

ଆଜିଠୁ ସିଭିଲ ସର୍ଭିସ ମେନ୍ ପରୀକ୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୦/୦୧: ଆଜିଠୁ ସିଭିଲ ସର୍ଭିସ ମେନ୍ ପରୀକ୍ଷା। ରାଜ୍ୟର ବିଭିନ୍ନ ସହରର ୧୬ଟି କେନ୍ଦ୍ରରେ ୪ହଜାର ୭୫୪ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । କୋଭିଡ କଟକଣା ମଧ୍ୟରେ ପରୀକ୍ଷା ଚାଲିଛି। ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି । ୫ଟି ଜୋନର ୧୬ଟି କେନ୍ଦ୍ରରେ କୋଭିଡ କଟକଣାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଇଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂରେ ପରୀକ୍ଷା ହେବ । ଆସନ୍ତା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।

ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆୟୋଗର ସଦସ୍ୟମାନେ ସ୍କ୍ବାଡ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ତଦାରଖ କରିବେ । ଓଡିଶା ସିଭିଲ ସିର୍ଭିସ ମୁଖ୍ୟ ପରୀକ୍ଷା ପାଇଁ ଓପିଏସସି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି । ପରୀକ୍ଷାରେ N-୯୫ ମାସ୍କ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ପରୀକ୍ଷାର୍ଥୀ ହଲ ଭିତରକୁ ପ୍ରବେଶ ଅନୁମତି ନାହିଁ । ପରୀକ୍ଷାର୍ଥୀ ସାଙ୍ଗରେ ସାନିଟାଇଜର ନେଇ ଯିବେ । କେବଳ ପରୀକ୍ଷା ଅଧିକାରୀମାନେ ତଦାରଖ ସମୟରେ ମାସ୍କ ଖୋଲା ରଖିପାରିବେ । ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହିତ କେନ୍ଦ୍ରରେ ସାନିଟାଇଜରର ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ଏବଂ ବ୍ୟକ୍ତିଗତ ସ୍ବାସ୍ଥ୍ୟ ରକ୍ଷା ନିୟମ ପାଳନ କରିବାକୁ ଗାଇଡ ଲାଇନରେ କୁହାଯାଇଛି । ଏହାସହ କୋଭିଡ ଲକ୍ଷଣ ଜଣାପଡିଲେ ତୁରନ୍ତ ଇନଭିଜିଲେଟରଙ୍କୁ ଜଣାଇବେ । ଏଭଳି ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ରୁମରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ଓପିଏସସି ।

ଅନ୍ୟମାନଙ୍କୁ ଜଣାନ୍ତୁ।