You are currently viewing କଂଗ୍ରେସର ମହା ମିଶ୍ରଣ ପର୍ଵ ଅନୁଷ୍ଠିତ

କଂଗ୍ରେସର ମହା ମିଶ୍ରଣ ପର୍ଵ ଅନୁଷ୍ଠିତ

ଫୁଲବାଣୀ(ଏଏନଏସ) ୧୯.୧୨.୨୦୨୧, କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ କରୋନେସନ ପଡିଆ ଠାରେ ବିରାଟ ସାଧାରଣ ସଭା ତଥା କଂଗ୍ରେସର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପର୍ବ ଅନୁଷ୍ଠିତ କରିଥିଲା।

ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନୀତି ଆଦର୍ଶକୁ ଆପଣେଇ ବିଭିନ୍ନ ଦଳରୁ ଶତାଧିକ ଶିକ୍ଷିତ ମହିଳା ପୁରୁଷ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼ଃ ଏ.ଚେଲା କୁମାର,ଏ ଆଇ ସିସି ସମ୍ପାଦକ ରୁଦ୍ର ରାଜୁ,ବିଧାୟକ ତାରା ପ୍ରସାଦ ବାହିନୀ ପତି,ବିଧାୟକ ରମେଶ ଜେନା,ବିଧାୟକ ଦାଶରଥିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଡ଼ଃ ଏ ଚେଲା କୁମାର ବିଜେଡିର ଶାସନ କାଳରେ କୌଣସି ଉନ୍ନତି ମୂଳକ କାର୍ଯ୍ୟହୋଇନଥିବା ଅଭିଯୋଗ କରିବା ସହ ଏହି ସମୟରେ କେବଳ ଦୁର୍ନିତୀ ଓ ଭ୍ରଷ୍ଟାଚାର,ଗୁଣ୍ଡା ଗିରି, ବୃଦ୍ଧି ପାଇଥିବା କହିଥିଲେ । ଏଥି ସହିତ ଆମ ସମସ୍ତଙ୍କୁ ଏକ ହୋଇ ନିଜନିଜ ମଧ୍ୟରେ ସହଯୋଗ ରଖିବାକୁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।