You are currently viewing ନବୋଦୟ ବିଦ୍ୟାଳୟରେ ଆଉ ୫୩ ଜଣ ଛାତ୍ରଛାତ୍ରୀଙ୍କୁ କରୋନା

ନବୋଦୟ ବିଦ୍ୟାଳୟରେ ଆଉ ୫୩ ଜଣ ଛାତ୍ରଛାତ୍ରୀଙ୍କୁ କରୋନା

  • Post category:ଓଡିଶା
  • Reading time:1 mins read

ସୁନ୍ଦରଗଡ଼(ଏଏନଏସ)୦୬.୦୧.୨୦୨୨, ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରାୟ ଦୁଇ ଦିନ ମଧ୍ୟରେ ୨ ହଜାର ମୁହାଁ ଦୈନିକ ସଂକ୍ରମଣ । ବିଭିନ୍ନ ସ୍କୁଲ  ଓ କଲେଜରେ ଏବେ କ୍ଲାସରୁମ୍ ପାଠପଢା ଚାଲିଥିବାବେଳେ ସେଠାରୁ ଅନେକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ସୁନ୍ଦରଗଡ ଜବାହର ନବୋଦୟ ବିଦ୍ୟାଳୟରୁ ପ୍ରାୟ ୫୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ସେଠାରେ ଏଯାଏଁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କୁ ବୃଦ୍ଧି ପାଇଛି । ତେବେ ଗତକାଲି ସେଠାରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଚିହ୍ନଟ ହୋଇଥିବା ସବୂୁ ପିଲା ହଷ୍ଟେଲରେ ଆଇସୋଲେସନରେ ଅଛନ୍ତି । ସୂଚନା ଅନୁସାରେ,  ଏହାସହ ବିଦ୍ୟାଳୟରେ ୫୨୯ ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ କରାଯାଉଛି । ବିଦ୍ୟାଳୟରେ ଏକ ମେଡିକାଲ ଟିମ୍ ପହଞ୍ଚିଛି ଏବଂ ପିଲାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।