You are currently viewing ୬୭ ଜୀବନ ନେଲା କରୋନା

୬୭ ଜୀବନ ନେଲା କରୋନା

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୨୨/୭: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯୪୮ ଜଣ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୩୦୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ୮,ବରଗଡରୁ ୭ ଓ ନବରଙ୍ଗପୁର ୭, ଅନୁଗୁଳ,ପୁରୀ ଓ ରାୟଗଡାରୁ ୫ ଜଣ ଲେଖାଏଁ । ଢେଙ୍କାନାଳରୁ ୪, କନ୍ଧମାଳରୁ ଓ ମୟୁରଭଞ୍ଜରୁ ୨ ଜଣ ଲେଖାଏଁ ହୋଇଥିବା ବେଳେ କଳାହାଣ୍ଡି,କେନ୍ଦ୍ରାପଡା,ନୂଆପଡାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୬୧୯୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ମାମଲା ୧୯୬୨୩ଟି ରହିଥିବା ବେଳେ ୯୩୬୯୫୦ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।