You are currently viewing ପୁରୀ ବେଳାଭୂମିରେ ୩ ଭାସିଯିବା ଘଟଣା; ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପୁରୀ ବେଳାଭୂମିରେ ୩ ଭାସିଯିବା ଘଟଣା; ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

  • Post category:ଓଡିଶା
  • Reading time:1 mins read

ପୁରୀ-୦୮.୧୦.୨୦୨୧, ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ଭାସିଯିବା ଘଟଣା । ଆଜି ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ବେଳାଭୂମିରୁ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ ଛାତ୍ରଜଣକ ହେଉଛନ୍ତି ପଶ୍ଚିମବଙ୍ଗର ।
ଅନୁସାରେ, ଗତକାଲି ଅପରାହ୍ନରରେ କଲିକତାରେ ଏରୋନଟିକାଲ ଇନଷ୍ଟିଚ୍ୟୁଟର ତିନି ଜଣ ଛାତ୍ର ଭୁବନେଶ୍ୱର ଏକ ପରୀକ୍ଷା ଦେବା ପାଇଁ ସମସ୍ତେ ଆସିଥିଲେ। ପରେ ସେମାନେ ବୁଲିବା ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ । ସେମାନେ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉଥିବା ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଲାଇଫଗାର୍ଡ ୩ ଜଣଙ୍କ ଭିତରୁ ରାହେଶ ଓ ଓମ୍ ପ୍ରକାଶଙ୍କୁ ଉଦ୍ଧାର କରିଥିଲେ। ଆଉ ଜଣେ ଗତକାଲିଠାରୁ ନେଖୋଜ ଥିଲେ । ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।