You are currently viewing ବିଭିନ୍ନ ଦାବି ନେଇ ଫୁଲବାଣୀ ମେହେନ୍ତର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବିଭିନ୍ନ ଦାବି ନେଇ ଫୁଲବାଣୀ ମେହେନ୍ତର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ(ଏଏନଏସ) ୨୬.୧୧.୨୦୨୧, ବିଭିନ୍ନ ଦାବୀ ନେଇ ଫୁଲବାଣୀ ମେହେନ୍ତର ସଂଘ ପକ୍ଷରୁ ଆଜି ସଂଘ ସଭାପତି ଶେଷଦେଵ ମୁଖୀ ଙ୍କ ନେତ୍ତୃତ୍ୱରେ ଫୁଲବାଣୀ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯାଇଥିଲା । ସୂଚନାଯୋଗ୍ୟ, ସହରକୁ ପରିଷ୍କାର ପରିଛନ୍ନ ରଖିବା ନିମନ୍ତେ ଶତାଧିକ ପୁରୁଷ ଓ ମହିଳା ଅସ୍ଥାୟୀ କର୍ମଚାରୀ ଭାବେ ଫୁଲବାଣୀ ପୌରପରିଷଦର ୭ ଗୋଟି ୱାର୍ଡରେ ଦିନ ରାତି ନାଳ ନର୍ଦମା,ହାଟ ପଡ଼ିଆ,ଖେଳ ପଡ଼ିଆ,ସ୍କୁଲ କଲେଜ,ବ୍ୟାଙ୍କ,ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ପ୍ରମୁଖ ସ୍ଥାନ ସାହି ଗଳି ବସ୍ତି ସଫା ସୁତାର ରଖୁଛନ୍ତି ।

ସେହି ମେହେନ୍ତର ସଫେଇ କର୍ମଚାରୀ, ଡ୍ରାଇଭର,ଆହାର କର୍ମଚାରୀ ମାନଙ୍କୁ ରେନିକୋଟ,ୟୁନିଫର୍ମ, ସାବୁନ,ଗ୍ଲୋବସ,ଜୋତା,ଝାଡୁ ଆବଶ୍ୟକ ସଫେଇ ଉପକରଣ ମିଳୁନଥିବା ବେଳେ କେତେକ ସଫେଇ କର୍ମଚାରୀ ମାନଙ୍କର ବର୍ଷ ବର୍ଷ ଧରି ଇ ପି ଏଫ ଟଙ୍କା ଜମା ନକରାଯାଉଥିବାର ଦେଖିବାକୁ ମିଳୁଚି । ଏନେଇ ଏହି ସଫେଇ କର୍ମଚାରୀ ମାନଙ୍କ ମଧ୍ୟରେ ଆସନ୍ତୋଷ ଦେଖାଦେଇଛି। ପୂର୍ବତନ ସଫେଇ ଠିକାଦାର ଏମ ପାୱାର ଦିଲୀପ ଦାସ ସଫେଇ କର୍ମଚାରୀ ମାନଙ୍କର ୨/୩ ବର୍ଷ ଲକ୍ଷାଧିକ ଇ ପିଏଫ ଟଙ୍କା ପାସବୁକ ରେ ଦିପୋଜିଟ କରିନ ଥିବା ବେଳେ ବର୍ତ୍ତମାନ ଟେଣ୍ଡର ନେଇଥିବା ଠିକାଦାର ସବ୍ୟସାଚୀ ମହାକୁଲ ଆଜକୁ ଦୁଇ ମାସ ହେବ ଇ ପି ଏଫ ଟଙ୍କା ଡିପୋଜିଟ କରିନଥିବା ଅଭିଯୋଗ ହେଉଛି ।
କୋରନା ମହାମାରୀ ସମୟରେ ଲୋକମାନେ ଘରୁ ବାହାରକୁ ବାହାରୁ ନଥିବା ବେଳେ ଏହି ସଫେଇ କର୍ମଚାରୀ ମାନେ ନିଜ ଜୀବନକୁ ବାଜୀ ଲଗାଇ ଦିନରାତି କାମ କରୁଥିବା ବେଳେ ସେହି କୋଭିଡ ବୋନସ ଟଙ୍କା ମଧ୍ୟ କର୍ମଚାରୀଙ୍କୁ ମିଳିନଥିବା ଅଭିଯୋଗ ହେଉଛି।
ସେହିପରି ସଫେଇ କର୍ମଚାରୀ ମାନଙ୍କୁ ବର୍ଷକୁ ୧୨ଟିଛୁଟି ମିଳିବାର ନିୟମ ରହିଥିବା ବେଳେ । ମାସର ରବିବାର ମଧ୍ୟ ଛୁଟି ମିଳୁନାହିଁ, ପ୍ରାପ୍ୟ ଦରମା ର ୨୫ ପ୍ରତିଶତ ସରକାର ବୃଦ୍ଧି କରିଥିଲେ ମଧ୍ୟ ମେହେନ୍ତର ମାନଙ୍କୁ ଆଜି ପର୍ଯ୍ୟନ୍ତ ଦରମା ବୃଦ୍ଧି ଟଙ୍କା ମିଳୁନାହିଁ । ଏ ସମସ୍ତ ଦାବୀ ଗୁଡିକୁ ନେଇ ଫୁଲବାଣୀ ମେହେନ୍ତର ସଂଘ ପକ୍ଷରୁ ଏହି ଦାବୀ ଗୁଡିକ ପୁରାଣ ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଫେଇ କର୍ମଚାରୀ ମାନେ ମ୍ୟୁନିସିପାଲିଟି କାର୍ଯ୍ୟଳୟ ଗେଟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୌରପରଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ବଳଦେବ ବେହେରା ଆସି ବର୍ତ୍ତମାନ ର ସଫେଇ ଠିକାଦାର ସହ ଆଲୋଚନା କରି ଦାବୀପୂରଣ ନିମନ୍ତେ ପ୍ରତିଶ୍ରୁତି ଦେବା ରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।