You are currently viewing ରାଜଧାନୀ ପରେ ଏବେ ଶ୍ରୀକ୍ଷେତ୍ରରେ କାୟା ମେଲାଉଛି ଡେଙ୍ଗୁ

ରାଜଧାନୀ ପରେ ଏବେ ଶ୍ରୀକ୍ଷେତ୍ରରେ କାୟା ମେଲାଉଛି ଡେଙ୍ଗୁ

ପୁରୀ (ଏଏନ୍ଏସ୍): ସାରା ରାଜ୍ୟରେ ଡେଙ୍ଗୁକୁ ନେଇ ଚିନ୍ତା । ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜଧାନୀ ପରେ ପରେ ଏବେ ପୁରୀରେ ମଧ୍ୟ ଡେଙ୍ଗୁ ରୋଗୀ ସଂଖ୍ୟା ବଢିଚାଲିଛି । ଗତ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ମୋଟ ୨୮୫ ଜଣ ଡେଙ୍ଗୁ ରୋଗୀ ପୁରୀରେ ଚିହ୍ନଟ ହୋଇସାରିଲେଣି । କିନ୍ତୁ ଡେଙ୍ଗୁ ରୋଗୀଙ୍କ ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ମାତ୍ର ୬ଟି ବେଡ ରହିିଛି । ଏନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସେହିପରି ପର୍ଯ୍ୟାପ୍ତ ବେଡ ନ ଥିବାରୁ ଅନେକ ଡେଙ୍ଗୁ ରୋଗୀ ବାଧ୍ୟ ହୋଇ ଘରୋଇ ହସ୍ପିଟାଲର ମୁହାଁ ହେଉଥିବା ଅଭିଯୋଗ ହେଉଛି । ସୂଚନା ଥାଉ କି ଯଦି ପୁରୀ ସହରରେ ଏହାର ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଠିକ ଭାବେ ଦାୟିତ୍ୱ ଗ୍ରହଣ ନ କଲେ ତେବେ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।