You are currently viewing ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ

୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ(୮.୪.୨୩) :   ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୧ବର୍ଷରୁ ଅଧିକ ହୋଇଗଲାଣି । ଏହାରି ମଧ୍ୟରେ କିଛି ଦେଶ ସିଧା ସଳଖ ଋଷକୁ ସମର୍ଥନ କରୁଥିବା ବେଳେ କିଛି ଦେଶ ୟୁକ୍ରେନକୁ ସହାୟତା ଯୋଗାଇ ଦେଉଛନ୍ତି । ହେଲେ ଏହି ମାମଲାରେ ଭାରତ ଏପର୍ଯ୍ୟନ୍ତ ନିରପେକ୍ଷତା ବଜାୟ ରଖିଛି । ହେଲେ ଏବେ ୟୁକ୍ରେନର ଉପ-ବୈଦେଶିକମନ୍ତ୍ରୀ ୪ଦିନିଆ ଭାରତ ଗସ୍ତରେ ଆସୁଥିବା ଖବର ପ୍ରଚାରିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ସଂପର୍କ, ୟୁକ୍ରେନରେ ଲାଗି ରହିଥିବା ସ୍ଥିତି ଉପରେ ମତ ବିନିମୟ ଓ ବିଶ୍ୱ ସମସ୍ୟା ସହ ଉଭୟ ଦେଶଙ୍କ ମଧ୍ୟରେ ପାରସ୍ପାରିକ ସ୍ୱାର୍ଥ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏନେଇ ଭାରତ ସରକାରଙ୍କ ସହ ଆଲୋଚନା କରିବେ ୟୁକ୍ରେନର ଉପ-ବୈଦେଶିକମନ୍ତ୍ରୀ ଏମିନ୍ ଝାପରୋଭା ।

ଅନ୍ୟମାନଙ୍କୁ ଜଣାନ୍ତୁ।