You are currently viewing ଭାରତ ବିକାଶ ପରିଷଦ ପକ୍ଷରୁ ସେବା କାର୍ଯ୍ୟ

ଭାରତ ବିକାଶ ପରିଷଦ ପକ୍ଷରୁ ସେବା କାର୍ଯ୍ୟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର :- ଭାରତ ଵିକାଶ ପରିଷଦ ଵାଣୀଵିହାର ଶାଖା ତରଫରୁ ଆଜି ସୁନ୍ଦରପଦା ସ୍ଥିତ ଵୈଷ୍ନଵଦେବୀ ଆପାର୍ଟମେଂଟରେ ଥିବା ମାନଵପ୍ରେମୀ ସ୍ବର୍ଗତ ଆଦିତ୍ୟ ଦାଶଙ୍କ ଦ୍ୱାରା ପ୍ରତିଷ୍ଟିତ “ପିପୁଲ ଫର ସେବା” ପିତୃମାତୃ ଭଵନ ବୃଦ୍ଧା ଶ୍ରମରେ ଚାଉଳ, ଡାଲି ଖାଦ୍ୟ ପଦାର୍ଥ ଓ ଆଥିର୍କ ସହାୟତା ପ୍ରଦାନ କରାଯାଇଛି। ଏହି ସେଵାଦାନ କାର୍ଯ୍ୟ ରେ ପରିଷଦ ର ସମ୍ପାଦକ କଲ୍ୟାଣ କୁମାର ଚାର୍ଟଜୀ , ଯୁଗ୍ମ ସମ୍ପାଦକ ସାଗରିକା ମହାନ୍ତି, କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଯୋଗ ଦେଇ ଆଦିତ୍ୟ ଦାଶଙ୍କ ମାତା ପଦ୍ମାଳୟା ଦାଶ,ପିତା ନନ୍ଦ କିଶୋର ଦାଶଙ୍କ ହସ୍ତରେ ଵୃଦ୍ଧାଶ୍ରମର ନିଵାସୀ ନି ମାନଙ୍କ ପାଇଁ ଉକ୍ତ ଖାଦ୍ୟ ସାମଗ୍ରୀ ଓ ଆଥିର୍କ ସହାୟତା ପ୍ରଦାନ କରିଥିଲେ ଓ ଅସହାୟ ଵୃଦ୍ଧାମାନଙ୍କୁ ସାକ୍ଷାତ କରିଥିଲେ। ପରିଷଦର ସଦସ୍ୟା ମଞୁଳା ମଲ୍ଲିକ ଓ ସଦସ୍ୟ ସମରଜିତ୍ ପଶାୟତ ଏଥିପାଇଁ ଅନୁଦାନ ଦେଇ ଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।