You are currently viewing କୋଭିଡ କଟକଣା ବାହାରେ ଭବିଷ୍ୟନିଧି କାର୍ଯ୍ୟାଳୟ

କୋଭିଡ କଟକଣା ବାହାରେ ଭବିଷ୍ୟନିଧି କାର୍ଯ୍ୟାଳୟ

ଭୁବନେଶ୍ୱର-୧୯.୦୪.୨୧, ଦେଶ ଓ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିଚାଲିଥିବାବେଳେ ଆଜିଠାରୁ କୋଭିଡ କଟକଣାକୁ ଜୋରଦାର କରାଯାଇଛି । ସରକାରୀ କାର୍ଯ୍ୟାଳୟଗୁଡିକରେ ୫୦ ପ୍ରତିଶତ କର୍ମଚାରୀ ନେଇ କାମ କରିବାକୁ ରାଜ୍ୟ ଏସଆରସି ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ଏହି କଟକଣାକୁ ମାନୁନାହାନ୍ତି ରାଜ୍ୟ ପ୍ରୋଭିଡେଣ୍ଟ ଫଣ୍ଡ କାର୍ଯ୍ୟାଳୟ (ଇ.ପି.ଏଫ) । ଏପରିକି ସାମାଜିକ ଦୂରତା ମଧ୍ୟ ମାନୁନାହାନ୍ତି କାର୍ଯ୍ୟାଳୟ ଭିତରକୁ ଆସୁଥିବା ହିତାଧିକାରୀ ଓ କର୍ମଚାରୀ । ରାଜ୍ୟ ପଶ୍ଚିମାଞ୍ଚଳରେ ଓ ଦକ୍ଷିଣାଞ୍ଚଳରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଂପୃକ୍ତ ଅଞ୍ଚଳର ଜନସାଧାରଣ ମଧ୍ୟ ଏହି କାର୍ଯ୍ୟାଳୟକୁ ନିଜ କାର୍ଯ୍ୟ ପାଇଁ ଆସୁଥିବାବେଳେ ଯେକୌଣସି ସମୟରେ ଏହି କାର୍ଯ୍ୟାଳୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇପାରେ । ରାଜ୍ୟ ପ୍ରଶାସନ ତରଫରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।