You are currently viewing ଇଡି ହାତରେ ନାଗୁଣୀର ନାଗପେଡି

ଇଡି ହାତରେ ନାଗୁଣୀର ନାଗପେଡି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୭/୧୨, ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ । ଜାରି ରହିଛି ଇଡିର ତଦନ୍ତ । ଡାଏରୀ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଇଡି ହାତରେ ଲାଗିଛି । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅର୍ଚ୍ଚନାଙ୍କ ଡାଏରୀରେ ଅଛି କ’ଣ ? ଅର୍ଚ୍ଚନାଙ୍କ ହନିଟ୍ରାପ ନେଇ ବଡ ବଡିଆଙ୍କ ଗୁମର ଡାଏରୀରେ ରହିଛି କି, ଏଭଳି ପ୍ରଶ୍ନକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି । ସେପଟେ ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ଫରେନସିକ୍ ଲ୍ୟାବରୁ ଖାଲି ହାତରେ ଫେରିଛନ୍ତି ଇଡି ଅଧିକାରୀ । ଅଧିକ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ଫରେନସିକ୍ ଲ୍ୟାବକୁ ଯାଇଥିଲା ଇଡି ଟିମ୍ । ହେଲେ ଏସଏଫଏସଏଲରୁ ଖାଲି ହାତରେ ଫେରିଛନ୍ତ ଇଡି ଅଧିକାରୀ । ଫରେନସିକ୍ ଲ୍ୟାବ୍ ରିପୋର୍ଟ ଦେବାର ବିଳମ୍ବ କରୁଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି । ଅନ୍ୟପଟେ ଆଜି ଇଡିରେ ତୃତୀୟ ଥର ପାଇଁ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ପୂର୍ବରୁ ଇଡି ପକ୍ଷରୁ ବାରମ୍ବାର ସମନ ପରେ ବି ହାଜର ହେଉନଥିଲେ   । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଥିବାବେଳେ ତାଙ୍କର ସହଯୋଗୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଇଡିରେ ହାଜର ହୋଇଛନ୍ତି । ୩ ଜଣଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ ବୋଲି କୁହାଯାଉଛି । ୩ ଜଣଙ୍କୁ ମୁହାଁମୁହିଁ ଜେରା କରାଗଲେ ହୁଏତ ଅନେକ ଗୁଡିଏ ସତ ସାମ୍ନାକୁ ଆସିପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।