You are currently viewing ହାତୀ ଆକ୍ରମଣରେ ୩ଜଣ ଆହତ

ହାତୀ ଆକ୍ରମଣରେ ୩ଜଣ ଆହତ

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର(ଏଏନଏସ) ୨୯.୧୨.୨୦୨୧, କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କଠାକଟା ସାପ୍ତାହିକ ହାଟ ସାରି ଫେରୁଥିବା ବେଳେ ରକୁଣ୍ଡିଆ ଘାଟି ନିକଟରେ ହାତୀ ଆକ୍ରମଣରେ ତିନିଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ଆହତ ବ୍ୟକ୍ତିମାନେ ପିତାନାଉ ଗାଁର ଯଦୁମଣି ଦାସ, ଦୁଃଖବନ୍ଧୁ ଖଟୁଆ ଓ ଅକ୍ଷୟ ମଢେଇ ବୋଲି ଜଣାପଡିଛି ।


ଅନ୍ୟମାନଙ୍କୁ ଜଣାନ୍ତୁ।