You are currently viewing ଦନ୍ତା ହାତୀର ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ

ଦନ୍ତା ହାତୀର ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ

  • Post category:ଓଡିଶା
  • Reading time:1 mins read

ଅନୁଗୁଳ(ଏଏନଏସ)୦୮/୦୩, ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ୍ ମାଧପୁର ଜଙ୍ଗଲ ମୌଜା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନାନୁଯାୟୀ, ଆଜି ସକାଳୁ ସକାଳୁ ମାଧପୁର ଜଙ୍ଗଲ ମୌଜା ନିକଟରେ ହାତୀଟି ମରିପଡିଥିବା ଗାଁ ଲୋକମାନେ ଦେଖିବାକୁ ପାଇଥିଲେ । ତେବେ କେଉଁ କାରଣ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଛି ତାହାର ଅସ୍ପଷ୍ଟ ରହିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।