You are currently viewing ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡିବ ଫ୍ଲାଇଟ

ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡିବ ଫ୍ଲାଇଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨୩.୨.୨୩) : ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନସେବା ଭେଟି ଦେବେ ରାଜ୍ୟ ସରକାର ।ଏହି ଦନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଫ୍ଲାଇଟ୍‌ ଉଡ଼ିବ । ବିଦେଶ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରଜ୍ୟ ସରକାରଙ୍କ ଜଣାଇଦିଆଯାଇଛି । କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଶେଷ ହୋଇନଥିବାରୁ ବିମାନ ପାଇଁ ଟିକଟ ବୁକିଂ ଆରମ୍ଭ ହୋଇନାହିଁ ।ମାସକ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି ଏବଂ ଏପ୍ରିଲ ୧ ତାରିଖରୁ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବା ନେଇ ଆଶାବାଦୀ ଥିବା ରାଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହାପରେ ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି କହୁଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।