You are currently viewing ଦେଶର ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ

ଦେଶର ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ-୨୩.୦୪.୨୦୨୧, ଦେଶରେ କରୋନା ସଂକ୍ରମଣ ଶୀର୍ଷାଭିମୁଖୀ ହେଉଥିବାବେଳେ ଦେଶର ମଧ୍ୟବୀତ୍ତ ଓ ନିମ୍ନମଧ୍ୟବୀତ୍ତ ପରିବାର ଗୁଡିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ବକ୍ତବ୍ୟ ଅନୁସାରେ ଦେଶରେ ମେ ଓ ଜୁନ ମାସରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଅନୁଯାୟୀ ୮୦କୋଟି ନାଗରିକଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ । ଜନସାଧାରଣଙ୍କୁ ମାଗଣା ଚାଉଳ କିମ୍ବା ଗହମ ସହ ୧ କେଜି ଡାଲି ମିଳିବ । ଏଥିପାଇଁ ସରକାର ପ୍ରାୟ ୨୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।