rajyasabha

ରାଜ୍ୟସଭା ନିର୍ବାଚନ: ଦେବାଶିଷ ଓ ଲକି ବିଜେଡି ପାର୍ଥୀ

ଏଏନଏସ: ଆଗକୁ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ସମସ୍ତଙ୍କୁ ଚକିତ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଟକର ଦେବାଶିଷ ସାମନ୍ତରାୟ ଓ ପୁରୀର ସୁଭାଶିଷ ଖୁଣ୍ଟିଆ(ଲକି)ଙ୍କ ନାମକୁ ଦଳୀୟ ପାର୍ଥୀ ଭାବେ ଘୋଷଣା କରିଛନ୍ତି | ପୁରୀର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ୨ ନେତାଙ୍କ ନାଁ ଘୋଷଣା କରାଯାଇଥିବା ଜଣାପଡିଛି | ରାଜ୍ୟରେ ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ତୃତୀୟ ଆସନ ପାଇଁ ପାର୍ଥୀଙ୍କ ନାମ କୁ ଘୋଷଣା ନକରି ସମସ୍ତଙ୍କୁ ସସ୍ପେନ୍ସରେ ରଖିଛନ୍ତି ନବୀନ | ତୃତୀୟ ଆସନ ପାଇଁ କାହାର ନାମକୁ ନବୀନ ଚୟନ କରିବେ ତାହା ଉପରେ ସମସ୍ତଙ୍କ ନଜର ଥିବା ବେଳେ ଭି.କାର୍ତିକେୟନ ପାଣ୍ଡିଆନ ଓ ନୂତନ ଭାବେ ଯୋଗ ଦେଇଥିବା ଶିଳ୍ପ ଉଦ୍ୟୋଗୀ ସନ୍ତୁଷ୍ଟି ମିଶ୍ରଙ୍କ ନାମ ଚର୍ଚ୍ଚାର ଶୀର୍ଷରେ ରହିଛି | 

ଅନ୍ୟମାନଙ୍କୁ ଜଣାନ୍ତୁ।