ଭୁବନେଶ୍ୱର(୮.୪.୨୩) : ୧୧ରୁ କମିବ କାଳବୈଶାଖୀ ପ୍ରଭାବ । ଆଗକୁ ରାଜ୍ୟରେ ପ୍ରବଳ ଖରା । ବଢ଼ିବ ପାରଦ । ସିଝିବ ଓଡ଼ିଶା । ଆହୁରି କଲବଲ କରିବ ତାତି । ଆଗାମୀ ୩-୪ ଦିନରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ । ଏନେଇ ସୂଚନା ଦେଇଛିି ପାଣିପାଗ ବିଭାଗ । ୩-୪ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏବେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସ୍ଥାନେ ସ୍ଥାନେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି ।ଦିନ ବେଳା ତାତି ବଢୁଥିବା ବେଳେ ଅପରାହ୍ଣରେ ଝଡ଼ ବର୍ଷା ହେଉଛି । ଫଳରେ ତାତିରୁ ମିଳୁଛି ସାମାନ୍ୟ ଆଶ୍ୱସ୍ତି । ଆଗାମୀ ୩-୪ ଦିନ ପରେ ଖରା ଅସମ୍ଭାଳ ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେବେ ଉପଗ୍ରହ ତଥା ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି ।
ଆଗକୁ ରାଜ୍ୟରେ ପ୍ରବଳ ଖରା
- Post published:April 8, 2023
- Post category:ଓଡିଶା
- Reading time:1 mins read