You are currently viewing ରାୟଗଡାରୁ ୪  କ୍ୱିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡାରୁ ୪ କ୍ୱିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡା(ଏଏନଏସ)୧୧.୦୨.୨୦୨୨, ରାୟଗଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ । ସେଠାରୁ ପ୍ରାୟ ସହ ୪ କ୍ବିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ସଂପୃକ୍ତ ୨ ଜଣ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ସୁଚନା ଅନୁସାରେ, ଗଞ୍ଜେଇ ଚୋରାଚାଲାଣ ହେଉଥିବାନେଇ ବିଶେଷ ସୂତ୍ରରୁ ଖବରପାଇ ମୁନିଗୁଡା ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ବିଜାପୁର ଛକ ନିକଟରେ ଏହି ଗଞ୍ଜେଇ ଭର୍ତ୍ତି ହୋଇଥିବା ପିକଅପ୍ ଭ୍ୟାନକୁ ଧରିବାରେ ସଫଳ ହୋଇଛି । ଏହା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏହି ଗଞ୍ଜେଇ ଚାଲାଣରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ତାର ତଦନ୍ତ ଜାରି ରଖିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।