governer

ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ, ଆବାସ ଯୋଜନାର ହିତାଧିକାରୀଙ୍କ ସହ କଲେ ଆଲୋଚନା 

  • Post category:ଓଡିଶା
  • Reading time:1 mins read

ଏଏନଏସ: ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳ କୁଜିଡିହିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଉଭୟ ଅଙ୍ଗନବାଡ଼ି କର୍ମୀ ଓ ଅଭିଭାବକଙ୍କ ସହ ଆଲୋଚନା କରି ସରକାରଙ୍କ ପୋଷଣ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘରକୁ ଯାଇ ହିତାଧିକାରୀଙ୍କ ସହ କଥା ହୋଇଥିଲେ। ଆବାସ ଆବଣ୍ଟନକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗସ୍ତ ସମୟରେ ରାଜ୍ୟପାଳ କୋଷ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଡାକ୍ତରୀ କର୍ମଚାରୀ ଓ ରୋଗୀଙ୍କ ସହ ଆଲୋଚନା ମଧ୍ୟ  କରିଛନ୍ତି । ଏହାବ୍ୟତୀତ ରାଜ୍ୟପାଳ ସାଲାସାହିଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ।

 

ଅନ୍ୟମାନଙ୍କୁ ଜଣାନ୍ତୁ।