You are currently viewing ଜୁଏଲର୍ସ ଦୋକାନରେ ଜିଏସଟି ରେଡ

ଜୁଏଲର୍ସ ଦୋକାନରେ ଜିଏସଟି ରେଡ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ)୨୧/୧୦, ସମ୍ବଲପୁର ସହରର ମାରୱାଡ଼ିପଡ଼ାଠାରେ ଥିବା ଏକ ଜୁଏଲର୍ସ ଦୋକାନରେ ହୋଇଛି ଜିଏସ୍‌ଟି ରେଡ୍‌ । ଏକ ୧୦ ଜଣିଆ ଟିମ୍‌ ସୁନା ଦୋକାନରେ ଚଢ଼ାଉ କରୁଥିବା ବେଳେ ଆଉ ଏକ ଟିମ୍‌ ସୁନା ଦୋକାନ ମାଲିକଙ୍କ ଘରେ ଚଢ଼ାଉ କରିଛି। ସମ୍ବଲପୁର ସିଟି ଓ ଜିଏସ୍‌ଟି ବିଭାଗର ଅଧିକାରୀମାନେ ଏହି ରେଡ୍‌ରେ ସାମିଲ ରହିଛନ୍ତି। ବିଗତ କିଛି ଦିନର ସୁନା କ୍ରୟ ଓ ବିକ୍ରିର ସମସ୍ତ ଡାଟା ଅଧିକାରୀମାନେ ଚେକ୍‌ କରୁଛନ୍ତି । ଏହି ଚଢ଼ାଉ ସମୟରେ ଦୋକାନର ସମସ୍ତ କାଗଜ ପତ୍ରର ଯାଞ୍ଚ କରୁଛି ଜିଏସ୍‌ଟି ବିଭାଗ। ସେପଟେ ଏହି ସୁନା ଦୋକାନୀ ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ଦୋକାନ ଭିତରୁ ବିଡ଼ା ବିଡ଼ା ଟଙ୍କା ଜିଏସ୍‌ଟି ଅଧିକାରୀମାନେ ପାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।