You are currently viewing ମାଲକାନଗିରିରେ ଛେଚୁଛି ବର୍ଷା!

ମାଲକାନଗିରିରେ ଛେଚୁଛି ବର୍ଷା!

  • Post category:ଓଡିଶା
  • Reading time:1 mins read

ଦୀର୍ଘ ତିନି ଦିନ ହେବ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ବର୍ଷା ଲାଗିରହିଛି । ଏନେଇ ପାଣିପାଗ ବିଭାଗ ତରଫରୁ ୟେଲୋୱାର୍ଣ୍ଣିଂ ଜାରୀ କରାଯାଇଛି । ଏହାଛଡ଼ା ମାଲକାନଗିରି ଜିଲ୍ଲା ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାପ୍ରଶାସନ ତରଫରୁ ସତର୍କତ୍ତା ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।