You are currently viewing ବରିଷ୍ଠ ନାଗରିକଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ

ବରିଷ୍ଠ ନାଗରିକଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର -୧୨.୦୫.୨୦୨୧, ଲକଡାଉନ୍ ଓ ସଟଡାଉନ ସମୟରେ ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ପାଇଁ କମିଶନରେଟ ପୋଲିସର ସ୍ବତନ୍ତ୍ର ପ୍ରୟାସ । ଦ୍ବେତନଗରୀ କଟକ ଓ ଭୁବନେଶ୍ବରରେ ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ହେଲ୍ପଲାଇନ ଜାରି କରିଛି କମିଶନରେଟ ପୋଲିସ ।
ଜାରି ହୋଇଥିବା ହେଲ୍ପଲାଇନ ନମ୍ବରଟି ହେଲା -୮୦୯୩୦୨୮୧୦୦ । ଏହି ନମ୍ବରଟିରେ କଲ କରି ଦ୍ବେତନଗରୀରେ ବରିଷ୍ଠ ନାଗରିକମାନେ ନିଜ ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଏପର୍ଯ୍ୟନ୍ତ ୨୫,୦୦୦ରୁ ଅଧିକ ବରିଷ୍ଠ ନାଗରିକ ସେମାନଙ୍କର ନାମ ପଞ୍ଜୀକରଣ କରି ସାରିଛନ୍ତି। ଦୈନିକ ୭୦-୮୦ ବରିଷ୍ଠ ନାଗରିକଙ୍କ ସହ ସଂଯୋଗ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିବ କମିଶନରେଟ ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।