You are currently viewing ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ଯାଜପୁର, ୧୫/୦୯: ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ । ଏଭଳି ଘଟଣା ଯାଜପୁର ଜିଲ୍ଲା ଟମକା ଥାନା ଗୋବର୍ଦ୍ଧନପୁର ଗ୍ରାମରେ ଘଟିଛି । ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି । ସୂଚା ଅନୁଯାୟୀ ଗୋବର୍ଦ୍ଧନପୁର ଗ୍ରାମର ଗୋପାଳ ବେହେରାଙ୍କ ପୁଅ ରଞ୍ଜିତ ବେହେରା ଓ ତାଙ୍କ ସ୍ତ୍ରୀ ହୀରାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଝଗଡା ଲାଗି ରହୁଥିଲା । ଏପରିକି ପୁଲିସ ଆସି ଏହାର ସମଧାନ କରାଯାଉଥିଲା । କିନ୍ତୁ ଗତକାଲି ରାତିରେ ନିଜ କାମ ସାରି ଘରକୁ ଫେରିବା ପରେ କୌଣସି କଥାକୁ ନେଇ ସ୍ତ୍ରୀ ସହ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ରଞ୍ଜିତ ଏକ କଟୁରୀରେ ହୀରାଙ୍କ ବେକକୁ ଚୋଟ ପକାଇଥିଲେ । ଏହି ସମୟରେ ପାଟିତୁଣ୍ଡ ଶୁଣି ପଡୋଶୀ ସେଠାକୁ ଆସି ରକ୍ତ ଜୁଡୁବୁଡୁ ଅବସ୍ଥାରେ ହୀରାଙ୍କୁ ଦାନଗଦୀ ମେଡିକାଲୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟମକା ପୁଲିସ ମୃତଦେହ ଜବତ କରି ଅଭିଯୁକ୍ତ ରଞ୍ଜିତକୁ ଅଟକ ରଖି ତଦନ୍ତ ଚଳାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।