You are currently viewing ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ଜବତ

ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ଜବତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୪.୧୧.୨୦୨୧, ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଗାଡି ଜବତ ହୋଇଛି ।  ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ବାଉଁଶପାଳ ଗାଁର କୁଶଭଦ୍ରା ବିଶ୍ୱାଳ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗୋଟିଏ ପିକଅପ ଭ୍ୟାନ୍‌ରେ କେନ୍ଦୁକାଠ ବୋଝେଇ ହୋଇ ବାହାର ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା ।  ଏନେଇ କାମାକ୍ଷାନଗର ପୂର୍ବାଞ୍ଚଳ ବନ ବିଭାଗ ଖବର କୌଣସି ସୂତ୍ରରୁ ଖବର ପାଇଥିଲେ । ପରେ ବନ ବିଭାଗ ପକ୍ଷରୁ ଗାଡି ଦୁଇଟିକୁ ପିଛା କରି ଠେଙ୍ଗିଆ ମୁଣ୍ଡା ଗାଁ ନିକଟରେ ଅଟକ ରଖିବାରେ ସକ୍ଷମ ହୋଇଥିଲା । କେନ୍ଦୁକାଠ ବୋଝେଇ ହୋଇଥିବା ଗାଡିର ଚାଳକ ଖସି ପଳାଇଥିବା ବେଳେ କାର ଚାଳକକୁ କାବୁ କରି ଗିରଫ କରିଛି ବନ ବିଭାଗ । ସେହି ଦୁଇ ଗାଡିରୁ ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ପୋଲିସ ଜବତ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।