You are currently viewing ଧାମନଗର ଉପନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଧାମନଗର ଉପନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୩୧.୧୦.୨୨) : ଧାମନଗର ଉପନିର୍ବାଚନ ନେଇ ପୋଲିସ ସଜାଗ । ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ପୋଲିସ ଡିଜି ସୁନୀଲ ବଂଶଲଙ୍କ ଅଧକ୍ଷତାରେ ହୋଇଛି ବୈଠକ । ଏହି ବୈଠକରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇନ ଶୃଙ୍ଖଳା ଏଡିଜି ରାଧାକୃଷ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।  ନିର୍ବାଚନକୁ ଅବାଧ ନିରପେକ୍ଷ କରିବାକୁ ବୈଠକରେ ମତ ରଖିଲେ ପୋଲିସ ଡିଜି । ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ ହେବ । ପରେ ନଭେମ୍ଭର ୬ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଖାଲି ପଡିଥିବା ଆସନ ଲାଗି ହେବ ନିର୍ବାଚନ । ଏଥିପାଇଁ ରାଜ୍ୟର ପ୍ରମୁଖ ଦଳ ସବୁ ଜୋରଦାର ପ୍ରଚାର କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।