You are currently viewing ଆଗାମୀ ୪-୫ ଦିନରେ ବଢିବ ଶୀତ, ୧୯ ସହରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ

ଆଗାମୀ ୪-୫ ଦିନରେ ବଢିବ ଶୀତ, ୧୯ ସହରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୧୫.୧୨.୨୦୨୧, ରାଜ୍ୟରେ ବଢିବ ଶୀତ । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଫଳରେ ଆଗାମୀ ୪-୫ ଦିନ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ସମ୍ଭାବନା ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାୟୁମଣ୍ଡଳର ଉପରିଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ତିତି ଯୋଗୁ ରାଜ୍ୟରେ ପ୍ରାୟ ଅଞ୍ଚଳରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ କମ ସହ ପାଗ ଧୁଆଁଳିଆ ରହୁଛି।
ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୯ ସହରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ । ସେହିପରି ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ୧୦ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ବାଲେଶ୍ଵରରେ ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ସେଲସିୟସ, ଚାନ୍ଦବାଲିରେ ୧୩.୬ ଡିଗ୍ରୀ , ଅନୁଗୁଳ ୧୪.୬ ଡିଗ୍ରୀ , ବାରିପଦା ୧୪.୦ ଡିଗ୍ରୀ, ଝାରସୁଗୁଡ଼ା ୧୦.୮ ଡିଗ୍ରୀ, କେନ୍ଦୁଝର ୧୧.୨ ଡିଗ୍ରୀ, ସମ୍ବଲପୁର ୧୪.୦ ଡିଗ୍ରୀ, ହୀରାକୁଦ ୧୩.୨ ଡିଗ୍ରୀ, ସୁନ୍ଦରଗଡ଼ ୧୨.୦ ଡିଗ୍ରୀ, ତାଳଚେର ୧୪.୦ ଡିଗ୍ରୀ, ଭବାନୀପାଟଣା ୧୨.୯ ଡିଗ୍ରୀ, ବଲାଙ୍ଗୀର ୧୩.୬ ଡିଗ୍ରୀ, କୋରାପୁଟ, ୧୩.୯ ଡିଗ୍ରୀ, ଟିଟିଲାଗଡ, ୧୧.୩ ଡିଗ୍ରୀ, ସୋନପୁର ୧୨.୪ ଡିଗ୍ରୀ, ନୟାଗଡ଼ ଓ ବୌଦ୍ଧ ୧୫.୦ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।