You are currently viewing ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

  • Post category:ଓଡିଶା
  • Reading time:1 mins read

ପୁରୀ.ଏଏନ୍‌ଏସ୍‌(୯.୯.୨୨) : ପୁରୀ ୟୁଥ ହଷ୍ଟେଲରେ ଏନଏଫ ଟାଇମ୍ସ ଓ ନେହେରୁ ଯୁବ କେନ୍ଦ୍ର ସଂଗଠନ ପୁରୀର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ସାକ୍ଷରତା ବୃଦ୍ଧି ହାର ଦ୍ୱାରା ହିଁ ସମାଜର ବିକାଶ ସମ୍ଭବ ବୋଲି ଆୟୋଜିତ କାର୍ଯ୍ୟକ୍ରମ ଅତିଥିମାନେ ମତ ରଖିଥିଲେ ।

ଲୋକେ ସାକ୍ଷରତା ହେବା ଦ୍ୱାରା ନିଜ ଅଧିକାର ସାବ୍ୟସ୍ତ କରିବା ସହ ସ୍ୱାବଲମ୍ବୀ ହୋଇପାରିବେ । ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ସମ୍ଭବପର ହୋଇପାରିବ ବୋଲି ଅତିଥିମାନେ କହିଥିଲେ । ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ । ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ସମ୍ପାଦକ ଓ କବି ଶ୍ରୀ ମାନସ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀ ସୁନୀଲ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏନୱାଇକେଏସ ପୁରୀର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଯୋଶୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।