You are currently viewing ବାଲୁକାକଳା ମାଧ୍ୟମରେ ଯୋଗ ଦିବସର ବାର୍ତ୍ତା

ବାଲୁକାକଳା ମାଧ୍ୟମରେ ଯୋଗ ଦିବସର ବାର୍ତ୍ତା

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୨୧/୦୬, ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନ ଓ ମସ୍ତିଷ୍କ ମଧ୍ୟ ସୁସ୍ଥ ରହେ । ଏଥିପାଇଁ ସମସ୍ତେ ପ୍ରତିଦିନ ଯୋଗ କରିବା ଆବଶ୍ୟକ । ଆଜିର ଏହି ଯୋଗ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ଏକ ବାଲୁକାକଳା କରି ଏହା ମାଧ୍ୟମରେ ସମସ୍ତେ ସୁସ୍ଥ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି । ପୁରୀ ଲାଇଟ ହାଉସ ନିକଟ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବା ପାଇଁ ମାନସଙ୍କୁ ପ୍ରାୟ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ୧୭ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳା ନିର୍ମାଣ ପାଇଁ ୧୫ଟନ ବାଲି ବ୍ୟବହାର କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।