You are currently viewing ଜେଲରେ ଜେରା

ଜେଲରେ ଜେରା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୧୯/୧୦, ବହୁ ଚର୍ଚ୍ଚିତ ଘଟଣା ଅର୍ଚ୍ଚନା ନାଗକୁ ନେଇ ଦିନକୁ ଦିନ ବଢି ଚାଲିଛି ଅଡୁଆ । ଭୁବନେଶ୍ୱର ଏସ.ଡି.ଜି.ଏମ୍‌;କୋର୍ଟରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଜାମିନ ଖାରଜ ହେବା ପରେ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ଝାରପଡା ଜେଲ ଯାଇ ସେଠାରେ ଅର୍ଚ୍ଚନାକୁ ଜେରା କରିଛନ୍ତି । କେମିତି ନିଜ ସାମ୍ରାଜ୍ୟ ଆରମ୍ଭ କରିଥିଲା ଏବଂ ସୁନ୍ଦରୀ ଅର୍ଚନା ପଛରେ କେଉଁମାନେ ଅଛନ୍ତି, ଏତେ ଅଳ୍ପ ଦିନରେ ସେ କେମିତି କୋଟି କୋଟି ଟଙ୍କାର ମାଲିକିୟାଣୀ ହେଲା ତାକୁ ନେଇ ପଚରା ଉଚରା କରୁଛି ପୋଲିସ ।

ପୋଲିସର ସବୁ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ଦେଉଛି ସୁନ୍ଦରୀ ଅର୍ଚନା । ସବୁଠାରୁ ବଡ଼ କଥା ହେଉଛି ଏହି ମାମଲାରେ ଏଯାଏଁ ଇଡି ଓ ଆୟକର ବିଭାଗ ତଦନ୍ତ ଆରମ୍ଭ କରିନଥିବା ମଧ୍ୟ ବିସ୍ମିତ କଲା ଭଳି ଘଟଣା । ଯାହା ସମସ୍ତଙ୍କର ସନ୍ଦେହ ବଢ଼ାଇଛି । ତେବେ ଏହାରି ଭିତରେ ସବୁବେଳେ ଚର୍ଚ୍ଚା ହେଉଛି କି ପ୍ରମାଣ ଥିବା ନେତା,ଅଧିକାରୀ,ବ୍ୟବସାୟୀ, ବିଲଡର,ପ୍ରତିଷ୍ଠିତ ପ୍ରଯୋଜକମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲେ ପୋଲିସ ଉପରେ ଯେଉଁ ସଂନ୍ଦେହ ଉପୁଜୁଛି ତାହା ସମସ୍ତଙ୍କର ଦୂର ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।