You are currently viewing ନିଜ ରାଇଫଲରୁ ଗୁଳି ଫୁଟାଇ ଜୀବନ ହାରିଲେ ଯବାନ

ନିଜ ରାଇଫଲରୁ ଗୁଳି ଫୁଟାଇ ଜୀବନ ହାରିଲେ ଯବାନ

ଭୁବନେଶ୍ୱର-୨୮.୦୪.୨୦୨୧, ନିଜ ରାଇଫଲରୁ ଗୁଳି କରି ବିଏସଏଫ ଯବାନ କଲେ ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ । ମୃତ ଯବାନ ହେଲେ ଦିଲୀପ କୁମାର ମାହି ଏବଂ ସେ କାଶୀପୁର ଥାନା BSF ୬୮ ବାଟାଲିୟନରେ କାର୍ଯ୍ୟରତ ଥିଲେ। । ଗତ ୪ ମାସ ତଳେ ବିବାହ କରିଥିଲେ ଯବାନ ଦିଲୀପ ମାହି । କିଛି ପାରିବାରିକ କଳହରୁ ଯବାନ ନିଜ ବନ୍ଦୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।