You are currently viewing ନବ ଦାସଙ୍କୁ ହତ୍ୟା ଘଟଣାତଦ ନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ

ନବ ଦାସଙ୍କୁ ହତ୍ୟା ଘଟଣାତଦ ନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୧.୨.୨୩) : ନବ ଦାସଙ୍କୁ ହତ୍ୟା ଘଟଣା,ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ । ଏହି ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଏହି ଘଟଣା ଓଡିଶା ପ୍ରଦେଶର ଶାସନ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ରାଜ୍ୟବାସୀ ସଙ୍ଗିନ ଅବସ୍ଥାରେ ଅଛନ୍ତି।ସେମାନେ ଅସୁରକ୍ଷିତ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି। ଏଭଳି ଦୁର୍ଭାଗ୍ୟ ଜନକ ସ୍ଥିତି ପାଇଁ ସିବିଆଇ ତଦନ୍ତ ହେଉ ବୋଲି ବିଜେପି ପ୍ରଥମରୁ ଦାବି କରି ଆସୁଛି। ରାଜ୍ୟ ସରକାର ନିଜକୁ କ୍ଲିନ ଚିଟ ଦେବାରେ ବ୍ୟସ୍ତ ଅଛନ୍ତି। ଏହି ହତ୍ୟାକାଣ୍ଡ ପଛରେ କିଏ ଅଛି ତାକୁ ଖୋଜିବାରେ ରାଜ୍ୟ ସରକାର ତତ୍ପରତା ଦେଖାଉ ନାହାନ୍ତି।ପ୍ରଥମେ କହିଲେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାର ପତି ତତ୍ୱବାଧାନରେ ଏହି ତଦନ୍ତ ହେବ । ଆଜି ପୁଣି ଏକ ଘୋଷଣା କଲେ ଅଵସର ପ୍ରାପ୍ତ ଜଷ୍ଟିସ ଜେପି ଦାସ ଏହି ଘଟଣା ର ତଦନ୍ତ କରିବେ। ପୁର୍ବରୁ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ।ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ କୁନ୍ଦୁଲି ଘଟଣା। ଯାହାର କୌଣସି ନିଷ୍କର୍ଷ ଏ ପର୍ଯ୍ୟନ୍ତ ବାହାରି ପାରି ନାହିଁ। ବିଜେପି ସବୁବେଳେ ଚାହିଁଛି ସିବିଆଇ ତଦନ୍ତ ହେଉ। କିନ୍ତୁ ଆଜିର ନିର୍ଦେଶନମା ପରେ ଏହା ସ୍ପଷ୍ଟ ହୋଇଛି କି ରାଜ୍ୟ ସରକାର ଏହି ଘଟଣାକୁ ରଫାଦଫା କରିଦେବାକୁ ଚାହୁଁଛନ୍ତି । ଯଦି ଶାସକ ଦଳର ଏଥିରେ କୌଣସି ସମ୍ପୃକ୍ତି ନାହିଁ ଏହି ଘଟଣାକୁ ସିବିଆଇକୁ ପ୍ରଦାନ କରୁ ବୋଲି ବିଜେପି ଦାବି କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।