You are currently viewing ଘରେ ପଶି ମହିଳାଙ୍କୁ ଛୁରୀରେ ଆକ୍ରମଣ

ଘରେ ପଶି ମହିଳାଙ୍କୁ ଛୁରୀରେ ଆକ୍ରମଣ

ଦେବଗଡ଼(ଏଏନଏସ)୦୩/୦୩, ଦେବଗଡ଼ ଜିଲ୍ଲା ବାରକୋଟ ଥାନା କାଦୋପଡ଼ା ପଞ୍ଚାୟତ ମହୁପାଳ ଗାଁରେ ଅଭାବନୀୟ ଘଟଣା । ଘରେ ପଶି ମହିଳାଙ୍କୁ ଛୁରାମାଡ଼ କଲେ ଦୁର୍ବୁତ୍ତ । ଗୁରୁତର ଆହତ ହୋଇଥିବା ମହିଳା ଜଣକ ସେହି ଗାଁର ଯାତ୍ରା ସଣ୍ଡିଆଙ୍କ ସ୍ତ୍ରୀ ସନ୍ଧ୍ୟା ସଣ୍ଡିଆ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ରାତି ସମୟରେ ସନ୍ଧ୍ୟା ନିଜ ଘରେ ଶୋଇଥିବାବେଳେ କେହି ଜଣେ ଦୁର୍ବୁତ୍ତ ଆସି ଛୁରାରେ ଆକ୍ରମଣ କରିଥିଲା । ତାଙ୍କ ପାଟି ଶୁଣି ପାଖ ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଦୂର୍ବୂତ୍ତ ଜଣଙ୍କ ଫେରାର ହୋଇଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ସନ୍ଧ୍ୟାଙ୍କ ସ୍ୱାମୀ ଓ ଦିଅର ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ପ୍ରଥମେ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଗୁରୁତର ବୁର୍ଲା ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।