You are currently viewing ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read


ଛେଣ୍ଡିପଦା,୧୮/୦୮: ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ । ଏହି ଘଟଣାଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଘଟିଛି । ମୃତକ ହେଉଛନ୍ତି ରନି ଏସକେ(୧୮) ।ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟରୁ ମିରାଜ ଏସକେ(୨୦) ତାଙ୍କ ସାନ ଭାଇ ରନି ଏସକେ ସହିତ ଗତ ୬ ମାସ ହେବ ଛେଣ୍ଡିପଦା ଅଞ୍ଚଳରେ କୁଲୁକୁଲି ବେହେରାଙ୍କ ଘରେ ଭଡାରେ ରହି ଠିକାଦାର ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ରନି ଲାଇଟ ଲଗାଇବା ପାଇଁ ପ୍ଲଗରେ ତାର ଲଗାଉଥିଲେ । ଏହି ସମୟରେ କରେଣ୍ଟରେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲାସେଠାରେ ଚିକିତ୍ସାଧିନ ଅବସ୍ଥାରେ ରନିଙ୍କ ମୃତ୍ୟୁ ହୋଇଥିଲା । ରନିଙ୍କ ଭାଇ ମିରାଜଙ୍କ ଲି୍‌ଖିତ ଅଭିଯୋଗରେ ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।