You are currently viewing ଗଜପତିରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ବସ ସେବା

ଗଜପତିରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ବସ ସେବା

  • Post category:ଓଡିଶା
  • Reading time:1 mins read

ଗଜପତି (ଏଏନ୍ଏସ): ଆଜି ଗଜପତି ଜିଲ୍ଲାର ୭ ବ୍ଲକରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ବସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।

ତେବେ ପ୍ରଥମ ପର୍ୟ୍ୟାୟରେ ମୋଟ ୩୬ଟି ବସ ଯୋଗାଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’‌ରେ ବସ୍‌ ସେବା ମାଲକାନଗିରିରୁ ପ୍ରଥମ ପର୍ୟ୍ୟାୟରେ ଆରମ୍ଭ ହୋଇ ସାରିଛି। ଏହି ଯୋଜନାରେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍‌ ସେବା ମିଳି ପାରିବ।

ଅନ୍ୟମାନଙ୍କୁ ଜଣାନ୍ତୁ।