srimandir

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ୨୦ ଜଣିଆ ଟେକ୍ନିକାଲ୍ ଟିମ୍

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ଏଏସଆଇ ଓ ୨୦ ଜଣିଆ ଟେକ୍ନିକାଲ୍ ଟିମ୍। ପ୍ରଥମ ଦିନରେ ବାହାର ପଟ କାନ୍ଥର ୩୭ଟି ପଏଣ୍ଟର ସ୍କାନିଂ କରାଯାଇଛି। ଗତକାଲି ପ୍ରଥମ ଦିନରେ ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ତିନିଟି ସ୍ଥାନରେ ଲେଜର ସ୍କାନିଂ ହୋଇଥିବା ବେଳେ ଆଜି ଦକ୍ଷିଣ ପାର୍ଶ୍ବ କାନ୍ଥର  ଲେଜର ସ୍କାନିଂ କରାଯିବ। ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ସରିଛି। ଲେଜର ସ୍କାନିଂ ଦ୍ୱାରା କେବଳ ପଥର କାନ୍ଥର ଫଟୋ ଉଠିଥିବା ସ୍ଥାନର ସ୍ଥିତି ଜଣାପଡିବ। ମାତ୍ର ଭିତର ଅଂଶର ସ୍ଥିତି ଜଣାପଡିବ ନାହିଁ। ସମ୍ପୂର୍ଣ୍ଣ ରତ୍ନଭଣ୍ଡାରର ଲେଜର ସ୍କାନିଂ କରି ଡକ୍ୟୁମେଣ୍ଟେସନ କରିବ ଟିମ୍ ।

ସୂଚନାଯୋଗ୍ୟ ୧୫ ଦିନ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏଏସଆଇ। ରିପୋର୍ଟ ଆଧାରରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏଏସଆଇ ସୁପରିଟେଡେଣ୍ଟ ଦେବାଶିଷ ଗଡନାୟକଙ୍କ ନେତୃତ୍ବରେ ଟେକ୍ନିକାଲ ଟିମ୍ ଲେଜର ସ୍କାନିଂ କରୁଛନ୍ତି । ଏହି ଟିମରେ ଫଟୋଗ୍ରାଫିକ ସଦସ୍ୟ ଓ ମୁମ୍ବାଇର ୩ ଜଣିଆ ବୈଷୟିକ ଟିମ୍ ନିୟୋଜିତ ଅଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।