You are currently viewing ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ

ବାଲେଶ୍ୱର(ଏଏନଏସ) ୦୨.୧୨.୨୦୨୧, ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି । ମନ୍ଦିରର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ପଥରପେଣ୍ଠ ଶ୍ରୀ ଜଗନ୍ନାଥ ମନ୍ଦିରରେ ।
ସୂଚନା ଅନୁସାରେ, ଆଜି ସକାଳ ସମୟରେ ପୂଜକ ପୂଜା କରିବାକୁ ଆସିବାବେଳେ ଚୋରି ହୋଇଥିବା ଦେଖିଥିଲେ । ପରେ ସେ ଏନେଇ ପାଲିସକୁ ଖବର ଦେଇଥିଲେ । ପୋଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମନ୍ଦିରରୁ ଜଗନ୍ନାଥଙ୍କ ସମେତ ତିନି ଠାକୁରଙ୍କ ରୁପା ପଟି, ଲକ୍ଷ୍ମୀ ଠାକୁରାଣୀଙ୍କ ସମସ୍ତ ଅଳଙ୍କାର ଲୁଟି ନେବା ସହ ଓ ହୁଣ୍ଡି ମଧ୍ୟ ଚୋରି କରିନେଇଛି ଦୁର୍ବୃତ୍ତ l ଚୋରି କରିନେଇଥିବା ଗହଣାର ମୂଲ୍ୟ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଆହୁରି ମଧ୍ୟ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିଲା ବୋଲି ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।