You are currently viewing ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ଆସନ୍ତାକାଲିଠୁଁ ଲଘୁଚାପ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ଆସନ୍ତାକାଲିଠୁଁ ଲଘୁଚାପ

ଭୁବନେଶ୍ୱର (ଏଏନ୍ଏସ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ହେଲେ ଲଘୁଚାପର ପ୍ରଭାବ କେଉଁଠି ରହିବ ତାହା ଏ ପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ।

ଆଞ୍ଚଳିକ ପାଣିପାଗର ପୂର୍ବାନୁମାନ ଅନୁସାରେ, ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୩ ତାରିଖ ପରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ ଆଦି ଜିଲ୍ଲାରେ ବର୍ଷାର ପରିମାଣ ବଢିପାରେ। ଯଦି ଲଘୁଚାପ ଘନୀଭୁତ ହୁଏ ଏବଂ ଓଡ଼ିଶା ଉପକୂଳକୁ ଆସେ ତେବେ ବର୍ଷାର ପରିମାଣ ଅଧିକ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।କିନ୍ତୁ ବର୍ତ୍ତମାନ ସୁଦ୍ଧା ଲଘୁଚାପ ପ୍ରଭାବରେ ଓଡ଼ିଶାରେ କେତେ ପରିମାଣର ବର୍ଷା ହେବ ସେ ନେଇ ଆଇଏମଡି କୌଣସି ସୂଚନା ପ୍ରଦାନ କରିନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।