You are currently viewing ମକର ସଂକ୍ରାନ୍ତିରେ ବନ୍ଦ ହେବ ମା ତାରିଣୀଙ୍କ ମନ୍ଦିର

ମକର ସଂକ୍ରାନ୍ତିରେ ବନ୍ଦ ହେବ ମା ତାରିଣୀଙ୍କ ମନ୍ଦିର

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର(ଏଏନଏସ)୧୩/୦୧: ଆସନ୍ତାକାଲି ମକର ସଂକ୍ରାନ୍ତିରେ ବନ୍ଦ ରହିବ ଘଟଗାଁ ମା ତାରିଣୀଙ୍କ ମନ୍ଦିର । ବର୍ଦ୍ଧିତ କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଭିଡ଼ ଏଡ଼ାଇବା ଲାଗି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏନେଇ ପ୍ରେସ୍‌ମିଟ୍‌ ଜରିଆରେ ନିର୍ଦ୍ଦେଶନାମା ଜାରି କରିଛି ମନ୍ଦିର ପ୍ରଶାସନ । ସୂଚନା ଅନୁଯାୟୀ ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯାହାକି ଏକ ଚିନ୍ତାଜନକ ବିଷୟ । ତେବେ ଗୋଟିଏ ପଟେ ସଂକ୍ରମଣ ବଢୁଥିବା ବେଳେ ପୂଜାପାର୍ବଣ ଆସୁଛି । ମକର ସଂକ୍ରାନ୍ତିରେ ମା’ ତାରିଣୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସନ୍ତି। ଏଣୁ ଏହାକୁ ଏଡ଼ାଇବାକୁ ଆସନ୍ତାକାଲି ଏଠାରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। ତେବେ ପ୍ରତ୍ୟେକ ଦିନ ପରି ମା’ଙ୍କ ବେଶ, ନୀତିକାନ୍ତି, ସକାଳ ଆଳତି, ସନ୍ଧ୍ୟା ଆଳତି, ପହଡ଼ ଆଳତି ଓ ଅନ୍ନପ୍ରସାଦ ନୀତି ଯଥାରୀତି ସଂପାଦନ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।