You are currently viewing ରାଜଧାନୀରେ ମାଳ ମାଳ କରୋନା

ରାଜଧାନୀରେ ମାଳ ମାଳ କରୋନା

ଭୁବନେଶ୍ୱର, ଆଜି ରାଜ୍ୟରେ ୨୮ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା ସହିତ ୫ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏହାରି ମଧ୍ୟରେ ପ୍ରତ୍ୟେକ ଦିନ ରାଜଧାନୀ ଭୁବନେଶ୍ୱରରୁ ମାଳ ମାଳ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ନଜିର ରହିଛି । ଆଜି ମଧ୍ୟ ୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରାଜଧାନୀରୁ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୩କୁ ବୃଦ୍ଧି ପାଇଛି । ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୭୨ଜଣ ସଙ୍ଗରୋଧ ଗୃହର ହୋଇଥିବାବେଳେ, ୧୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୧୩୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨୪ଜଣ ସୁସ୍ଥ ହୋଇଛନ୍ତି ଓ ୧୧ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୬୦୬ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ଏତେ କଡ଼ାକଡ଼ି ନିୟମ ଲାଗୁ ହେବାପରେ ମଧ୍ୟ କରୋନା ଚେନ୍‌କୁ ଭାଙ୍ଗିବାରେ ଅସଫଳ ହୋଇଛି ପ୍ରଶାସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।