You are currently viewing ଏପ୍ରିଲ୯ରୁ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା

ଏପ୍ରିଲ୯ରୁ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର( କୃଷ୍ଣ ଚନ୍ଦ୍ର ପାଲ ), ବହୁ ବାଦବିବାଦ ପରେ ଚଳିତ ବର୍ଷ ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା କରିବା ନେଇ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଆସନ୍ତା ମାସ ଏପ୍ରିଲ ୯ରୁ ଏହି ଯାତ୍ରା ଅନୁଷ୍ଠିତ ହେବ। ଏନେଇ ଯାତ୍ରା ମୁଖ୍ୟ ଦେଶୀ ବେହେରା ଯାତ୍ରା ପାଇଁ ତାରିଖ ଘୋଷଣା କରିଛନ୍ତି । ତେବେ ଆଜି ମଧ୍ୟରାତ୍ରରେ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହେବ । ଶୁଭଖୁଣ୍ଟି ସ୍ଥାପନ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଯାତ୍ରା ପାଇଁ ମୁଖ୍ୟ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ଆସିବେ ମା’ ବୁଢ଼ୀ ଠାକୁରାଣୀ ।
ସୂଚନା ଯୋଗ୍ୟ ଯେ, ମାଆ ବୁଢ଼ୀଠାକୁରାଣିଙ୍କ ଏହି ପ୍ରସିଦ୍ଧ ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ଏବଂ ଏହି ଯାତ୍ରା ପ୍ରାୟ ଏକ ମାସ ଧରି ଚାଲେ କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ୭ ଦିନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।