ଭୁବନେଶ୍ୱର, ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁଙ୍କୁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଏହି ମାମଲାରେ ୨ ସୁପାରୀକିଲରଙ୍କୁ ଗିରଫ କରାଯାଇଛି । ୨ ଜଣ ହେଉଛନ୍ତି ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ୱାଳ । ୨ ଜଣଙ୍କୁ ବାଲିଗୁଡା ତୁମୁଡାବନ୍ଧରୁ ଗିରଫ କରାଯାଇଛି । ଅପରାଧୀଙ୍କୁ ଘରେ ରଖିବା ମାମଲାରେ ମଧ୍ୟ ଜଣଙ୍କୁ ଗିରଫ କରାଯାଇଛି । ସୁପାରି କିଲର ଶ୍ରୀତିକ ବିଶ୍ୱାଳ ମର୍ଡର ପାଇଁ ୫୦ ହଜାର ନେଇଥାନ୍ତା । ଅଗ୍ରୀମ ଆକାରରେ ଶ୍ରୀତିକକୁ ୧୦ ହଜାର ଦିଆଯାଇଥିଲା । ପରେ ବାକି ୪୦ ହଜାର ଓ ଓକିଲ ଖର୍ଚ୍ଚ ବହନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ବ୍ୟବସାୟିକ ଶତ୍ରୁତା ପାଇଁ ରାଜା ବେହେରା ସୁପାରୀ ଦେଇଥିଲେ । ଘଟଣା ଦିନ ଶ୍ରୀତିକ ଶମ୍ଭୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା । ଅନ୍ୟତମ ଅଭିଯୁକ୍ତ ଆଶୁତୋଷ ସେଦିନ ବାଇକ ଚଳାଉଥିଲା । ଘଟଣାରେ ଏଯାଏଁ ୯ ଜଣଙ୍କୁ ଗିରଫ କରାଗଲାଣି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ