You are currently viewing ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ବିବାହ

ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ବିବାହ

  • Post category:ଓଡିଶା
  • Reading time:1 mins read

ଆରଡ଼ି-୧୬.୦୬.୨୦୨୧, ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ  ବୈଦିକ ରୀତିନୀତିରେ ସରିଲା ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ମନ୍ଦିରରେ  ଦିନତମାମ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତୀ। ସକାଳ ୧୧ଟାରେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହରଙ୍କୁ ବରଣି କରିବା ପାଇଁ ମାତା ପାର୍ବତୀଙ୍କ ଭ୍ରାତା ପବନପୁତ୍ର ହନୁମାନ ବାହାରିଥିଲେ ବରଧରା ହୋଇ। କୋଭିଡ ନିୟମ ଅନୁଯାୟୀ ସେବାୟତମାନେ ହନୁମାନଙ୍କୁ ଏକ ସୁସଜିତ ବିମାନରେ ବିଜେ କରାଇ ବରଘର ଅଭିମୁଖେ ନେଇଥିଲେ। ସେଠାରେ ଲୋକାଚାରରେ ବୈଦିକ ନୀତିରେ ବରଣୀ କାର୍ଯ୍ଯ ସମ୍ପନ୍ନ କରାଯାଇଥିଲା। ପରେ ଦିଅ ମଙ୍ଗୁଳା ନୀତି   ସମ୍ପନ ହେବା ପରେ ଏକ ବଣାଢ୍ଯ ପଟୁଆର ସହ ବର ବେଶରେ ବାହାରିଥିଲେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହର। ବାବାଙ୍କୁ ପୀଠର ନଗରୀ କରାଯାଇ ମନ୍ଦିର ଭିତରବେଢାରେ ପ୍ରସ୍ତୁତ ବିବାହ ବେଦୀକୁ ବିଜେ କରାଯାଇଥିଲା। ସେଠାରେ ବ୍ରାହ୍ମଣ, ଜ୍ଯୋତିଷଙ୍କ ଦ୍ବାରା ବିବାହ କାର୍ଯ୍ଯ ଆରମ୍ଭ ହୋଇଥିଲା । ପରେ ଆସନ୍ତାକାଲି ମନ୍ଦିରକୁ ପର୍ତ୍ତ୍ୟାବର୍ତ୍ତନ କରିବେ। କୋଭିଡକୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ଏବଂଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।ପିଠରେ ମଧ୍ୟ ୧୪୪ ଧାରା ଜାରି କରାଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।