You are currently viewing ଆସନ୍ତା ୧୧ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା

ଆସନ୍ତା ୧୧ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର-୦୨.୦୮.୨୦୨୧, ଆସନ୍ତା ୧୧ ତାରିଖରୁ ମାଟ୍ରିକ ଅଫଲାଇନ ପରୀକ୍ଷାର ଖାତା ଦେଖା ଆରମ୍ଭ ହେବ । ମାଟ୍ରିକ ପରୀକ୍ଷା ଖାତାଦେଖା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୧୧ ତାରିଖ ରୁ ଖାତା ଦେଖା ଆରମ୍ଭ ହେବ ଏବଂ ତିନି ଦିନ ମଧ୍ୟରେ ଖାତା ଦେଖା ସରିବ । ୭ ଜିଲ୍ଲାରେ ୧୫ ଶହ ପରୀକ୍ଷକ ଖାତା ଦେଖିବେ । ଶିକ୍ଷକମାନଙ୍କୁ ୧୦ ତାରିଖରୁ ରିପୋଟିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୩୦ ତାରିଖରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି । ପରୀକ୍ଷା ଅଗଷ୍ଟ ୫ ତାରିଖରେ ସରିବ । ୫୦୪ଟି କେନ୍ଦ୍ରରେ ପ୍ରାୟ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।