You are currently viewing ଆର ପାରିରେ ଲୋକପ୍ରିୟ ଅଭିନେତା ମିହିର ଦାସ

ଆର ପାରିରେ ଲୋକପ୍ରିୟ ଅଭିନେତା ମିହିର ଦାସ

ଭୁବନେଶ୍ୱର(ଏଏନଏସ)୧୧.୦୧.୨୦୨୨, ଆଉ ନାହାନ୍ତି ମିହିର ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ମିହିର ଦାସଙ୍କ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେବ ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।  ସମସ୍ତ ଚେଷ୍ଠା ସତ୍ତ୍ୱେ ମିହିର ଦାସଙ୍କ ଜୀବନକୁ ବଞ୍ଚାଇ ପାରି ନ ଥିଲେ ଡାକ୍ତରୀ ଦଳ।ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଡିସେମ୍ୱର ୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।


୧୭ ଫେବ୍ରୁଆରୀ ୧୯୫୯ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ କଳାକାର । ୧୯୮୦ରେ ରାମାୟଣ ଫିଲ୍ମରୁ  କ୍ୟାରିୟର ଆରମ୍ଭ କରିଥିଲେ ମିହିର ।ଆଜି ଯାଏଁ ସେ ଅନେକ ଚଳଚିତ୍ର କରିସାରିଛନ୍ତି । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିସାରିଛନ୍ତି । ପ୍ରତିଟି ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନ କିଣି ନେଇଥିଲା । ସ୍ବର୍ଗତ ମିହିର ଦାସଙ୍କ ଦେହାନ୍ତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ଅପୁରଣୀୟ କ୍ଷତି ।ପରଲୋକରେ  ଶୋକର ଛାୟା ଖେଳି ଯାଇଛି।
ସେ ଏଯାଏ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ହେଉଛି ଲକ୍ଷ୍ମୀ ପ୍ରତିମା, ପୁଅ ମୋର ଭୋଳା ଶଙ୍କର, ମାଇଁ ଲଭ୍‌ ଷ୍ଟୋରୀ, ପହିଲି ରଜ,ଚୋରି ଚାରି ମନ ଚୋରି, ବାଜି, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ଇତ୍ୟାଦି ଅନ୍ୟତମ । ସେ ୧୯୯୯ରେ ‘ଲକ୍ଷ୍ମୀ ପ୍ରତିମା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।